ଲୁଜ ମୋସନ କିମ୍ବା ଡାଇରିଆ ବହୁତ ସାଧାରଣ ସମସ୍ୟା ଅଟେ ଯାହା ପେଟ ଖରାପ ହେବା ଦ୍ଵାରା ହୋଇଥାଏ। ଖାଦ୍ୟର ଠିକ ଭାବରେ ନ ପାଚନ ହେବା ଏବଂ ଖାଇବା ପିଇବା ଭୁଲ ଜିନିଷ କଲେ ଡାଇରିଆ ହେବାର ମୁଖ୍ୟ କାରଣ ଅଟେ। କେତେ ଲୋକଙ୍କୁ ପେଟର ସମସ୍ୟା ମଧ୍ୟ ଦେଖାଦେଇଥାଏ ଏବଂ ଥରକୁ ଥର ବାଥରୁମ ଯିବା କାରଣରୁ ଶରୀରରେ ପାଣି ସମେତ ପୋଷକ ତତ୍ତ୍ୱରେ ମଧ୍ୟ କମି ଆସିଯାଇଥାଏ। ଯାହା କାରଣରୁ ଥକାପଣ ଦେଖାଦେଇଥାଏ। ଏହି ପରିସ୍ଥିତିରେ ଜ୍ଵର ହେବାର ସମ୍ଭାବନା ମଧ୍ୟ ବହୁତ ଅଧିକ ଅଟେ। ଥରକୁ ଥର ଲୁଜ ମୋସନରୁ ବାଥରୁମ ଯିବା କାରଣରୁ ବହୁତ ଥକାପଣ ଅନୁଭବ ହୋଇଥାଏ ଏବଂ ଯେଉଁ ଲୋକଙ୍କ ଶରୀରରେ ପାଣିର କମି ହୋଇଥାଏ ସେମାନଙ୍କୁ ଲୁଜ ମୋସନ ବହୁତ ଥର ହୋଇଥାଏ। ଆଜି ଆମେ ଏହି ଆର୍ଟିକିଲ ମାଧ୍ୟମରେ ଏକ ଉପାୟ କହିବୁ ଜାଗା ଦ୍ଵାରା ଏହି ଲୁଜ ମୋସନର ଅସୁବିଧାରୁ ମୁକ୍ତି ମିଳିପାରିବ।
ଅଧା ଚାମଚ ଅଁଳାର ଚୁର୍ଣ୍ଣ ଏବଂ ସେନ୍ଧା ଲୁଣ ମିଶେଇ ଦିନକୁ ଦୁଇ ଥର ଏହାକୁ ଅଧା ଅଧା କପରେ ପାଣି ସହିତ ମିଶେଇ ପିଅନ୍ତୁ ସ୍ୱାଦ ପାଇଁ ଏଥିରେ କିଛି ମହୁ ମିଶାନ୍ତୁ। ଲୁଜ ମୋସନ ଲାଗିବାରେ ଅଁଳା ଏକ ବହୁତ ଭଲ ଔଷଧ ଅଟେ। ଏହାକୁ ଵ୍ୟଵହାର କରିବା ଦ୍ଵାରା ଲୁଜ ମୋସନ ଭଳି ସମସ୍ୟା ବନ୍ଦ ହୋଇଥାଏ।
ଚାଉଳର ପାଣି:- ଚାଉଳର ପାଣି ବହୁତ ଲାଭଦାୟକ ହୋଇଥାଏ। ଏକ କପ ଚାଉଳ ପାଣିରେ ଏକ କପ ଦହି ସହିତ ସେନ୍ଧା ଲୁଣ ମିଶେଇ ଦିନକୁ ଦୁଇଥର ଏହାର ସେବନ କରନ୍ତୁ। ଏହା ପେଟକୁ ଥଣ୍ଡା କରିଥାଏ ଏବଂ ପତଳା ଝାଡ଼ାକୁ ଭଲ କରିଥାଏ।
ଆମ୍ବର ଟାକୁଆ:- ଆମ୍ବ ଟାକୁଆରେ ଥିବା ଭିତରେ ଜିନିଷ ଜ୍ଵର, ବାନ୍ତି ଆଦି ଅସୁବିଧାକୁ ଦୁର କରିବାରେ ସହାୟକ ହୋଇଥାଏ। ଟାକୁଆର ନରମ ଜିନିଷକୁ ବାହାର କରି ଏଥିରେ ଏକ ଚାମଚ ସେନ୍ଧା ଲୁଣ, ଏକ ଚାମଚ ମିଶ୍ରି ଏବଂ ଏକ ଚାମଚ ମହୁ ମିଶେଇ ଚଟଣି ବନାନ୍ତୁ ଏବଂ ଏହା ପରେ ଏହି ଚଟଣୀକୁ ଦିନକୁ ୨ ଘଣ୍ଟା ଅନ୍ତଳାୟରେ ଅଧା ଅଧା ଚାମଚ ସେବନ କରନ୍ତୁ। ଏହାର ବ୍ୟବହାର ଦ୍ଵାରା ଲୁଜ ମୋସନ ଏବଂ ପେଟର ସମସ୍ୟା ଦୂର ହୋଇଯାଇଥାଏ।
ଡାଲିମ୍ବର ଛିଲକା:- ଯଦି ଝାଡା ବେଳେ ପେଟରେ ସମସ୍ୟା ଦେଖା ଦେଉଛି ତେବେ ଡାଲିମ୍ବର ଛିଲକା ଦ୍ଵାରା ଏହାକୁ ଭଲ କରିହେବ। ୨୦ ଗ୍ରାମ ଡାଳିମ୍ବର ଛିଲକା କୁ ୩୦୦ ମିଲି ଲିଟର ଯାହା ଦେଢ଼ ଗ୍ଲାସ ପାଣି ଅଟେ ଏହାକୁ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରିଦିଅନ୍ତୁ ଏହାକୁ ବାହାର କରିବା ଗରମ କରିବା ସମୟରେ ଏଥିରେ ଦୁଇଟି ଲବଙ୍ଗ ପକାନ୍ତୁ ତାହାପରେ ଏହାକୁ ଛାଣି ଥଣ୍ଡା କରିବା ପାଇଁ ଛାଡିଦିଅନ୍ତୁ ଏବଂ ସାମାନ୍ୟ ତାପମାତ୍ରା ହେଲେ ଏହାର ସେବନ କରନ୍ତୁ।
କଞ୍ଚା ଅମୃତଭଣ୍ଡା:- ଏଥିରେ ପାପାୟ ନାମକ ଏଞ୍ଜାଇମ ମିଳିଥାଏ। ଲୁଜ ମୋସନ ସମୟରେ ଅଧା ଅଧା କପ ଏହାର ଜୁସ ପିଅନ୍ତୁ ନେହେଲେ ଏହାକୁ ଖାଲି ପାଟିରେ ଖାଆନ୍ତୁ। ଏହା ଲାଭ ଦାୟକ ଅଟେ।
ଧନିଆ:- ଅଧା ଚାମଚ ଧନିଆ ଏବଂ ଅଧା ଚାମଚ ଜିରାକୁ ଟିକେ ଗରମ କରି ଏହାକୁ ଛେଚି ଅଧା ଗ୍ଲାସ ପାଣିରେ ଦିନକୁ ଦୁଇ ଥର ପିଅନ୍ତୁ । ଏହା କରିବା ଦ୍ୱାରା ଶରୀର ଭଲ ରହିଥାଏ।
ସାବଧାନତା:- ଝାଡ଼ା ହେଉଥିବା ସମୟରେ ଅଧିକ ତେଲ ଜିନିଷ, ରାଗ ଆଦି ଜିନିଷ ଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ସେବନ କଲେ ଏହା ଆପଣଙ୍କ ସମସ୍ୟା କୁ ଆହୁରି ବଢ଼େଇଦେଇପାରେ। ଦିନ ସାରା ପାଣି ଅଧିକ ମାତ୍ରାରେ ପିଅନ୍ତୁ। ଘରର ଖାଦ୍ୟ ହିଁ ଖାଆନ୍ତୁ।ତେବେ ଏହା ଥିଲା ଆଜିର ବିଷୟ । କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ।