ଭିଟାମିନ-ଇ ର ବ୍ୟବହାର ଦ୍ୱାରା ଫାଇଦା ଓ ଏହାର ବ୍ୟବହାର କିପରି କରିବା ଆସନ୍ତୁ ସେ ବିଷୟରେ ଜାଣିବା

ନମସ୍କାର ବନ୍ଧୁଗଣ ଆଜି ଆମେ କଥା ହବା ଭିଟାମିନ-ଇ କ୍ୟାପସୁଲ ବିଷୟରେ ଆଜି ଆମେ ଜାଣିବାକି ତ୍ୱଚା ପାଇଁ କାହିଁକି ଜରୁରୀ ହୋଇଥାଏ ଭିଟାମିନ-ଇ ର କ୍ୟାପସୁଲ ଓ କେମିତି ରଖିବା ଆମ ତ୍ୱଚାକୁ ସବୁବେଳେ ଜବାନ ଆଉ ବହୁତ କିଛି ଜାଣିବା ଆସନ୍ତୁ।ଆସନ୍ତୁ ବିସ୍ତାର ଭାବରେ ଜାଣିବା ଭିଟାମିନ-ଇ କ୍ୟାପସୁଲର ଲାଭ ବିଷୟରେ।ଭିଟାମିନ-ଇ କ୍ୟାପସୁଲ,ଆମର ସ୍କିନ ଓ ଚୁଟି ପାଇଁ ବରଦାନ ବୋଲି ମାନିଥାଉ।ଆଣ୍ଟିଅକ୍ସିଡାଣ୍ଟ ରେ ଭରି ରହିଥିବା ଏହି ଭିଟାମିନ-ଇ ଆପଣଙ୍କ ଡାଇଟରେ ମହତ୍ତ୍ୱ ପୁର୍ଣ୍ଣ ଭାଗ ହେବାକୁ ଯାଉଛି ଯାହାଦ୍ୱାରା ଏଥିରୁ ମିଳୁଥିବା ସବୁ ଫାଇଦାର ଲାଭ ଉଠେଇ ପାରିବେ।ଆପଣଙ୍କ ବୁଢାପଣ ଲୁଚେଇବା ଓ ନିଜ ତ୍ୱଚାକୁ ମାଲିସ କରିବା ପାଇଁ ଭିଟାମିନ-ଇ ଏକ ସଠିକ ବିଚାର ଅଟେ।ସର୍ବ ପ୍ରଥମେ ଦେଖିବା ଭିଟାମିନ-ଇ ଏଣ୍ଟି ଏଜିଙ୍ଗ ସପ୍ଲିମେଣ୍ଟ ରୂପରେ କିପରି କାର୍ଯ୍ୟ କାରୀ ହୋଇଥାଏ ?ଭିଟାମିନ-ଇ ଗୋଟେ ପ୍ରକାରର ଆଣ୍ଟିଅକ୍ସିଡେଣ୍ଟ ହୋଇଥାଏ ଯାହା ମଲିକୁଲସ ର ଅକ୍ସିଡେଣ୍ଟକୁ ଅଟକେଇ,ଏ ଫ୍ରି ରେଡିକାଲସ ତିଆରି ହେବା କ୍ଷେତ୍ରରେ କମି ଆଣିଥାଏ।

ଏ ଫ୍ରି ରେଡିକାଲଶ ସବୁବେଳେ ଚର୍ମର କୋଶିକାକୁ ଖରାପ କରିଦେଇଥାଏ।ଆପଣ ଏବେ ଏଇଟା ଭାବୁଥିବେ କି ଭିଟାମିନ-ଇ କୁ ନେବାର ସବୁଠୁ ସଠିକ ଉପାୟ କଣ ହୋଇଥାଏ କ୍ୟାପସୁଲ ନା କ୍ରିମ ?ଭିଟାମିନ-ଇ କୁ କ୍ୟାପସୁଲର ଉପାୟରେ ବ୍ୟବହାର କରିବାହିଁ ସବୁଠାରୁ ସହଜ ଓ ସମୟ ସାପେକ୍ଷ୍ୟ ଉପାୟ ଅଟେ।ଏ ୧୦୦% ଭିଟାମିନ-ଇ ର ତେଲରେ ତିଆରି ହୋଇଥାଏ ଓ ଚର୍ମରେ ଲଗେଇବା ମାତ୍ରେ କାର୍ଯ୍ୟ କ୍ଷମ ହୋଇଥାଏ।

ମଲମ କିମ୍ବା କ୍ରିମରେ ଭିଟାମିନ-ଇ ର ମାତ୍ରାରେ କମ ଥାଏ,ଯେଉଁ କାରଣରୁ ଆପଣଙ୍କୁ ସଠିକ ଭାବରେ ଫଳ ପ୍ରଦ ହେବା ପାଇଁ ଆପଣଙ୍କୁ ବହୁତ ମାତ୍ରରେ ଲଗେଇବାକୁ ପଡିବ।ତାପରେ ପ୍ରଶ୍ନ ଆସିବ କଣ ଏ କ୍ୟାପସୁଲ ସବୁ ପ୍ରକାରର ଚର୍ମ ପାଇଁ ଉପଯୋଗୀ ଅଟେକି ? ଆଜ୍ଞା ହଁ ଏ କ୍ୟାପସୁଲ ଆମର ସବୁ ପ୍ରକାରର ସ୍କିନ ପାଇଁ ଉପଯୋଗୀ ଅଟେ ଓ ଏହା ଶୁଖିଲା ତ୍ୱଚା ପାଇଁ ଅତ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ।ଏହି କାରଣ ଅଟେ ଆମକୁ ବେଶୀ ବୟସ ଦେଖାଯିବାରୁ ବଞ୍ଚେଇ ଥାଏ।ଆକୁ ମଧ୍ୟ କୁଣ୍ଡେଇ କାଣ୍ଡେଇ ହଉଥିବା ଚର୍ମ ଉପରେ ଭଲ ଭାବରେ ବ୍ୟବହାର ହୋଇପାରିବ।

ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା ?ଆପଣ ଏହାକୁ ଆପନଙ୍କ ସବୁଦିନ ବ୍ୟବହାର ହେଉଥିବା କ୍ରିମ ରେ ମିଶେଇ ଚେହେରା ବା ବେକରେ ଲଗାନ୍ତୁ ଓ ତେଲକୁ ଆଖି ତଳେ ଓ ମୁହଁ ସର ଲଗେଇ ଛାଡ଼ିଦେବେ ଓ ଏହାକୁ ସବୁବେଳେ ଓଦା ଚର୍ମରେ ବ୍ୟବହାର କରିବେ।ଆପଣ ଏ ଭିଟାମିନ-ଇ ର କ୍ୟାପସୁଲ କୁ ସିଧାସଳଖ ନହେଲେ କ୍ରିମରେ ମିଶେଇ ଦିନରେ ଦୁଇଥର ବ୍ୟବହାର କରି ପାରିବେ।ବେସି ବ୍ୟବହାରରେ ପାର୍ଶ୍ୱପ୍ରତିକ୍ରିଆର ଡର ରହି ପାରେ।ଦିନ ସଇଲେ ଲଗେଇବେ ରାତି ସାରା ଲଗେଇ ଛାଡ଼ିଦେବେ।ଏହାର ପାର୍ଶ୍ୱପ୍ରତିକ୍ରିୟା କମ ଦେଖିବାକୁ ମିଳେ ଏହା ଦ୍ୱାରା ଚର୍ମରେ ନାଲି ନାଲି ଫଳିଯାଏ।ଯଦି ଆପଣ ରୋସେକା ରେ ପୀଡିତ ଥାଆନ୍ତି ତାହେଲେ ଏହା ଆପଣଙ୍କ ଅଧିକ ବଢ଼େଇଦିଏ।ଆପଣ ଶସ୍ତା ବଦଳରେ ଲୋକପ୍ରିୟ ବ୍ରାଣ୍ଡର ବ୍ୟବହାର କରନ୍ତୁ ଓ ନିଜେ ହିଁ ଘରେ କ୍ରିମରେ ମିଶେଇ ଲଗାନ୍ତୁ।

Leave a Reply

Your email address will not be published. Required fields are marked *